ହୋଲି ପୂର୍ବରୁ ଭୁବନେଶ୍ୱରରେ ଫ୍ଲାଗମାର୍ଚ୍ଚ, କଡା ଚେତାବନୀ ଦେଲା କମିଶନରେଟ ପୋଲିସ 

ଭୁବନେଶ୍ୱର,୦୪/୦୩: ହୋଲି ପୂର୍ବରୁ ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ଫ୍ଲାଗମାର୍ଚ୍ଚ କରିଛି କମିଶନରେଟ ପୁଲିସର ଫ୍ଲାଗମାର୍ଚ୍ଚ । ଏହି ଫ୍ଲାଗମାର୍ଚ୍ଚରେ ପୁଲିସ କମିଶନର, ଅତିରିକ୍ତ କମିଶନର, ଭୁବନେଶ୍ୱର ଡିସିପି ସାମିଲ ହୋଇଥିଲେ । ହାତରେ ମିଠା ଧରି ହୋଲି ପାଇଁ କଡା ଚେତାବନୀ ଦେଇଛି କମିଶନରେଟ ପୁଲିସ । ହୋଲି ସେଲିବ୍ରେଶନ ସମୟରେ ବିଶୃଙ୍ଖଳା ବା ଅପରାଧ କଲେ ଥାନାରେ କାଟିବେ ହୋଲି । ଏଭଳି ଚେତାବନୀ ଦେଇଛନ୍ତି ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ । ହୋଲି ପୂର୍ବରୁ ଭୁବନେଶ୍ବର କେଦାର ପଲ୍ଲୀ ବସ୍ତିରେ କମିଶନରେଟ ପୁଲିସର ପେଟ୍ରୋଲିଂ କରାଯାଇଛି । ହାତରେ ମିଠା ଧରି କେଦାର ପଲ୍ଲୀ ବସ୍ତି ବାସିନ୍ଦାଙ୍କ ସହ ହୋଲି ପାଳନ କରିଛି ପୁଲିସ । ହୋଲି ସମୟରେ ଶାନ୍ତି ଶୃଙ୍ଖଳା ସହ କେମିତି ହୋଲି ପାଳନ କରିବେ ଲୋକଙ୍କୁ ସଚେତନ କରିଛନ୍ତି । ହୋଲିରେ ମଦ ପିଇ ଗାଡି ଚଳାଇଲେ ଗାଡି ହେବ ଜବତ, ଚାଳକ ଯିବ ହାଜତ । ହୋଲି ପାଇଁ କଡ଼ା ସୁରକ୍ଷା ବଳୟରେ ରହିବ ଭୁବନେଶ୍ୱର ନାଇଟ ଚେକିଙ୍ଗ ବ୍ଲକିଂ ହେବ । ସୁରକ୍ଷା ପାର୍ଇଁ ୩୧ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ହେବେ । ୧୭ ଟି ମୋବାଇଲ ପାର୍ଟି ପାଇଁତରା ମାରିବେ । ୮୫ଟି ସ୍ଥାନରେ ଡ୍ରଙ୍କ ଆଣ୍ଡ୍ ଡ୍ରାଇଭ ଚେକିଂ ହେବ । ୧୦ଟି ଗାଧୁଆ ତୁଠ ଓ ନଦୀ ପଠାରେ ବ୍ୟାପକ ଅଗ୍ନିଶମ ଟିମ ଓ ଓଡ୍ରାଫ ଟିମ ମୁତୟନ ରହିବେ । ହୋଲି ସମୟରେ ଅପରାଧ କଲେ ଜିରୋ ଟଲରେନ୍ସ ନୀତି ଆପଣେଇବ ପୁଲିସ । ହୋଲିରେ ପୁରୀ ବଡଦାଣ୍ଡ ଠାରୁ ଆରମ୍ଭ କରି ସମୁଦ୍ରକୂଳ ସବୁଠି ଚେକିଂ ହେବ ଜୋରଦାର। ଧରାପଡ଼ିଲେ ନିସ୍ତାର ନାହିଁ । ପ୍ରତି ଛକରେ ହେବ ନାକା ଚେକିଂ । ଡ୍ରିଙ୍କ ଆଣ୍ଡ ଡ୍ରାଇଭ୍ ରୋକିବା ଉପରେ ରହିବ ଫୋକସ୍ ।

Leave a Reply

Your email address will not be published. Required fields are marked *