ନୂଆଦିଲ୍ଲୀ,୧୨/୦୩: ଦିଲ୍ଲୀର ଉତ୍ତମ ନଗରର ମାଛ ବଜାର ଅଞ୍ଚଳରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସେହି ଅଞ୍ଚଳରେ ଥିବା ଦୋକାନ ଏବଂ ବସ୍ତିଗୁଡ଼ିକ ଜଳିଯାଇଛି।ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଉଦ୍ଧାରକାରୀ ଦଳଗୁଡ଼ିକୁ ଲିଭାଇବା ପାଇଁ ଘଣ୍ଟା ଘଣ୍ଟା ଧରି ସଂଘର୍ଷ କରିବାକୁ ପଡ଼ିଛି। ଜୀବନ କିମ୍ବା ସମ୍ପତ୍ତି କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ନାହିଁ। ରାତିରେ ହଠାତ୍ ନିଆଁ ଲାଗିବାରୁ ଝୁମ୍ପୁଡ଼ିରେ ଶୋଇଥିବା ଲୋକେ ବାହାରକୁ ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ବାସିନ୍ଦାମାନେ ନିଆଁ ଲିଭାଇ ପାରି ନଥିଲେ। ଖବର ପାଇ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଅଗ୍ନିକାଣ୍ଡ ୪୦୦ ଝୁମ୍ପୁଡ଼ି ଜଳି ପାଉଁଶ ହୋଇଯାଇଥିବା କୁହାଯାଉଛି।