ଗୋଆର ଏକ ନାଇଟ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ୨୩ମୃତ

ନୂଆଦିଲ୍ଲୀ,୦୭/୧୨:  ଗୋଆରେ ଏକ  ଲୋକପ୍ରିୟ ନାଇଟ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ। ଗ୍ୟାସ୍ ସିଲିଣ୍ଡର ଫାଟିଯିବାରୁ ୨୩ ଜଣ ଜୀବନ୍ତ ଦଗ୍ଧ, ଏକାଧିକ ଆହତ। ଗୋଆର ରାଜଧାନୀ ପାଣାଜୀଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଏହି ଅଘଟଣ ଘଟିଛି । ତେବେ ଆହତକଙ୍କ ମଧ୍ୟରେ ତିନି ମହିଳା ରୋଷେୟା, ୪ ପର୍ଯ୍ୟଟକ ଥିବା ନେଇ ଗୋଆ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଜାଣିରଖିବା ଉଚିତ୍ ଯେ ଉତ୍ତର ଗୋଆର ଅରପୋରା ଗାଁରେ ଥିବା ଏକ ଜନପ୍ରିୟ ନାଇଟ୍‌ କ୍ଲବ୍‌ରେ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଏହି ଭୟଙ୍କର ନିଆଁ ଲାଗିଯାଇଥିଲା। ଯାହାଫଳରେ ଅତି କମ୍‌ରେ ୨୩ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଅଧିକାରୀମାନେ କହିଛନ୍ତି।