ଆନ୍ଧ୍ରପ୍ରଦେଶର ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ଜଳିଗଲେ ଯାତ୍ରୀ

ନୂଆଦିଲ୍ଲୀ,୨୯/୧୨: ଆନ୍ଧ୍ରପ୍ରଦେଶର ୟଲମଞ୍ଚିଲି ନିକଟରେ ଟାଟା ନଗର-ଏର୍ଣ୍ଣାକୁଲମ୍ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟିଛି । ବିଶାଖାପାଟଣାରୁ ପ୍ରାୟ ୬୬ କିଲୋମିଟର ଦୂରରେ ଟାଟା ନଗର-ଏର୍ଣ୍ଣାକୁଲମ୍ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ ଲାଗିଥିଲା । ସୂଚନା ଅନୁଯାୟୀ ନିଆଁ ଲାଗିଥିବା ୨ ପ୍ରଭାବିତ କୋଚରେ ଯଥାକ୍ରମେ ୮୨ ଓ ୭୬ ଜଣ ଯାତ୍ରୀ ଥିଲେ। ଦୁର୍ଭାଗ୍ୟବଶତଃ ବି୧ କୋଚ୍‌ରୁ ଜଣଙ୍କ ମୃତଦେହ ମିଳିଛି ।ଟାଟା ନଗର-ଏର୍ଣ୍ଣାକୁଲମ୍ ଏକ୍ସପ୍ରେସ୍‌ ଟ୍ରେନ୍‌ର ବି୧ କୋଚ୍‌ରେ ନିଆଁ ଲାଗିଥିଲା । ଏହାପରେ ନିଆଁ ଏମ୍୨ ଏସି କୋଚକୁ ବ୍ୟାପି ଯାଇଥିଲା । କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାର କାରଣ ଜାଣିବା ପାଇଁ ରେଲୱେ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଅଗ୍ନିକାଣ୍ଡ ପରେ ସମରଲାକୋଟାରେ ଆଉ ୨ଟି ଏସି କୋଚ୍ ସଂଯୋଗ କରାଯାଇଛି । ଏହା ପରେ ଟ୍ରେନ୍‌ଟି ଏର୍ଣ୍ଣାକୁଲମ୍ ଅଭିମୁଖେ ଯାତ୍ରା କରିଛି। ଏହି ଅଗ୍ନିକାଣ୍ଡପରେ ବିଜୟୱାଡ଼ାରୁ ବିଶାଖାପାଟଣା ଆଡ଼କୁ ଯାଉଥିବା ଏକାଧିକ ଟ୍ରେନ୍ ବିଳମ୍ବରେ ଚାଲୁଛି ।