ଭୁବନେଶ୍ୱର,୨୦/୦୩: ପ୍ରିୟଦର୍ଶିନୀ ମାର୍କେଟରେ ଅଗ୍ନିକାଣ୍ଡ । ୬ଟି ଦମକଳ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ବାହାରେ ବିଶେଷ କିଛି ଦୃଶ୍ୟ ପରିଲକ୍ଷିତ ହେଉନାହିଁ । କେବଳ ଧୂଆଁ ହିଁ ଦେଖାଯାଉଛି । ଅଗ୍ନିଶମ ବାହିନୀ ଝରକା କାଚ ଭାଙ୍ଗି ଭିତରକୁ ପଶିବାକୁ ଚେଷ୍ଟା ଜାରି ରଖିଛି । ବାହାର ପଟରୁ ପାଣି ମଧ୍ୟ ସ୍ପ୍ରେ କରାଯାଉଛି । ଅକ୍ସିଜେନ୍ ସିଲିଣ୍ଡର ଧରି ମଧ୍ୟ କିଛି ଅଗ୍ନିଶମ ବାହିନୀ ଭିତରକୁ ମଧ୍ୟ ଗଲେଣି । ନିଆଁ ଲାଗିବା ପରେ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଛି । ଦୋକାନ ବନ୍ଦ ଥିବା ସମୟରେ ନିଆଁ ଲାଗିଥିବା ଜଣାପଡ଼ିଛି । କେଉଁ ଦୋକାନରେ କଣ କ୍ଷତି ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଠିକ୍ ମାର୍କେଟ୍ ଖୋଲିବା ସମୟରେ ନିଆଁ ଲାଗିଥିବା ଜଣାପଡ଼ିଛି । ଲୋକଙ୍କ କହିବା ଅନୁଯାୟୀ ସର୍ଟର ଖୋଲୁ ଖୋଲୁ ନିଆଁ ଲାଗିଛି ବୋଲି ଜଣାପଡ଼ିଥିଲା । ସର୍ଟର ଖୋଲିଲା ପରେ ନିଆଁ ଲାଗିଥିବା କିଛି ଲୋକ ପ୍ରତିକ୍ରିୟା ଦେଇଛନ୍ତି । କେମିତି ନିଆଁ ଲାଗିଲା ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସଠିକ୍ କାରଣ ଜଣାପଡ଼ିନାହିଁ ।