ଭୁବନେଶ୍ୱର,୧୫/୦୮: ଆଜିଠୁ ଫାସଟ୍ୟାଗ୍ର ବଦଳିଲା ନିୟମ । ଏଣିକି ନିଇତି ଲାଇନ୍ରେ ଛିଡ଼ା ହୋଇ ଆଉ ଗାଡିର ଫାସ୍ଟ୍ୟାଗ୍ କାଟିବାକୁ ପଡ଼ିବନି । କାରଣ ଆଜିଠୁ ବାର୍ଷିକ ଫାସ୍ଟ୍ୟାଗ୍ କରିପାରିବେ ଆପଣ । ଅର୍ଥାତ୍ ବର୍ଷକ ପାଇଁ ଫାସ୍ଟ୍ୟାଗ୍ କଲେ ଆପଣଙ୍କୁ ଅନେକ ଲାଭ ମିଳିବ । ଅଗଷ୍ଟ ୧୫ରୁ ଏହି ନୂଆ ନିୟମ ପୂରା ଦେଶରେ ଲାଗୁ ହେବାକୁ ଯାଉଛି ।
ରାସ୍ତାରେ ଯିବା ବେଳେ ଟୋଲ୍ରେ ଆପଣ ନିର୍ଦ୍ଧାରିତ ଟଙ୍କା ଦେବା ପରେ ହିଁ ଆପଣ ଆଗକୁ ବଢ଼ିପାରିବେ । ହେଲେ ପ୍ରତି ଗେଟ୍ରେ ଟଙ୍କା ଦେବାରେ ଅନେକ ସମୟରେ ବିରକ୍ତ ଲାଗେ । ଅବଶ୍ୟ ଏବେ ଅନଲାଇନ୍ ପେମେଣ୍ଟ ହୋଇଯାଇଥିବାରୁ ଅଟୋମେଟିକ୍ ଟଙ୍କା କଟୁଛି । ହେଲେ ରିଚାର୍ଜ କେହି କେହି ମାସକୁ କିମ୍ବା କିଛି ଟଙ୍କାରେ କରୁଛନ୍ତି । କିନ୍ତୁ ଏବେ କେନ୍ଦ୍ର ସରକାର ବାର୍ଷିକ ଟୋଲ୍ଗେଟ୍ର ବ୍ୟବସ୍ଥା କରିଛନ୍ତି ।