ନୂଆଦିଲ୍ଲୀ,୦୭/୦୫: ୨୫ ମିନିଟ୍ରେ ଖେଳ ଖତମ । ପହଲଗାମ୍ ଆତଙ୍କୀ ଆକ୍ରମଣର କଡା ଜବାବ ଦେବା ଆରମ୍ଭ କରିଛି ଭାରତୀୟ ବାୟୁସେନା । ଅପରେସନ ସିନ୍ଦୂର କରି ଭାରତୀୟ ବାୟୁସେନା ପାକିସ୍ତାନର ୯ଟି ଆତଙ୍କବାଦୀ ଆଡ୍ଡାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଛି । ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କୀ ସଙ୍ଗଠନ ଲସ୍କର -ଏ- ତୋୟବା, ଜୈଶ- ଏ- ମୋହମ୍ମଦ, ଓ ହିଜବୁଲ ମୁଜାହିଦ୍ଦିନର ଠିକଣାଗୁଡିକୁ ଉପରେ ଏୟାରଷ୍ଟ୍ରାଇକ୍ କରି ଆତଙ୍କୀଙ୍କୁ ନିପାତ କରିଛି ବାୟୁସେନା । ଏହି ଆକ୍ରମଣକୁ ନେଇ ସେନାର ପୂର୍ବତନ ଅଧ୍ୟକ୍ଷ ମନୋଜ ନରୱାଣେ ଯାହା କହିଛନ୍ତି ତାହା ଆଗକୁ ଭୟଙ୍କର ଆକ୍ରମଣର ସୂଚନା ଦେଇଛି । ପିକ୍ଚର ତୋ ଅଭି ବାକି ହୈ ବୋଲି ନରୱାଣେ କହିବା ପରେ ପାକିସ୍ତାନର ଚିନ୍ତା ବଢିଯାଇଛି । ନରୱାଣେ ସଙ୍କେତ ଦେଇଛନ୍ତି, ଯଦି ପାକିସ୍ତାନ ଭାରତରେ ସାମରିକ ପ୍ରତିଷ୍ଠାନଗୁଡିକୁ ଟାର୍ଗେଟ କରେ ଏବଂ ଯୁଦ୍ଧକୁ ଉସକାଏ ତେବେ ଭାରତ ଆହୁରି ବଡ ଧରଣର ଆକ୍ରମଣ କରିବ ।