ଭୁବନେଶ୍ୱର,୨୯/୦୧: ବିଜାପୁର ଜାରି ରହିଛି ଏନକାଉଣ୍ଟର । ଯବାନଙ୍କ ଗୁଳିରେ ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ମାଓବାଦୀଙ୍କ ମୃତଦେହ ସହ ଘଟଣାସ୍ଥଳରୁ ଗୋଟିଏ Ak – 47 ରାଇଫଲ୍ , ଗୋଟିଏ ୯ ଏମଏମ ପିସ୍ତଲ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ମଧ୍ୟ ଉଦ୍ଧାର କରାଯାଇଛି । ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅଭିଯାନ ଜାରି ରହିଛି । ବିଜାପୁର ଜିଲ୍ଲାର ଦକ୍ଷିଣ ଅଞ୍ଚଳରେ ସଶସ୍ତ୍ର ମାଓବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ଆଧାରରେ ଏକ ସନ୍ଧାନ ଅଭିଯାନ ଆରମ୍ଭ କରାଯାଇଥିଲା ।ସକାଳ ୭ଟାରୁ ଡିଆରଜି ଏବଂ ମାଓବାଦୀଙ୍କ ମଧ୍ୟରେ କ୍ଷଣିକ ଏନକାଉଣ୍ଟର ଜାରି ରହିଛି । ଏ ପର୍ଯ୍ୟନ୍ତ ସନ୍ଧାନ ସମୟରେ ଏନକାଉଣ୍ଟର ସ୍ଥଳରୁ ଦୁଇ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅପରେସନ୍ ଏବେ ବି ଜାରି ରହିଛି ।