ଭୁବନେଶ୍ୱର,୧୮/୦୫: ଏବେ ସାରା ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପୁଣି ଏପ୍ରିଲ ମାସରେ ବିଦ୍ୟୁତ କାଟ ହେବନି ବୋଲି ଘୋଷଣା କରିଥିଲେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ । ମଝିରେ ମାର୍ଚ୍ଚ ଯାଇ ମେ’ ମାସ ସରିବାକୁ ବସିଲାଣି, ହେଲେ ବିଦ୍ୟୁତ ବିତରଣ କମ୍ପାନି ଟାଟା ପାୱାରର ଅଘୋଷିତ ବିଦ୍ୟୁତ କାଟରେ ଲାଗୁନି ବ୍ରେକ । ରାଜଧାନୀ ହେଉ କି ରାଜ୍ୟର ଉପାନ୍ତ ଅଞ୍ଚଳ, ସବୁଠି ଅଘୋଷିତ ବିଦ୍ୟୁତକାଟର ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ପିଲାଠୁ ବୁଢ଼ା । ଘନ ଘନ ବିଦ୍ୟୁତ କାଟ ହେଉଥିବା ବେଳେ ଅସହ୍ୟ ତାତିରେ ଜନଜୀବନ ପ୍ରଭାବିତ ହେଉଛି। ଷ୍ଟିଲ୍ ସିଟି ରାଉରକେଲା ସମେତ କେନ୍ଦ୍ରାପଡ଼ା ପାଟକୁରାରୁ ଅଘୋଷିତ ବିଦ୍ୟୁତ କାଟ୍ ସହ ଲୋଭୋଲଟେଜ୍ ଭଳି ସମସ୍ୟା ସାମ୍ନାକୁ ଆସିଛି । ସରକାର କହୁଛନ୍ତି ବିଦ୍ୟୁତ ଉତ୍ପାଦନରେ ଓଡ଼ିଶା ହେଉଛି ବଳକା ରାଜ୍ୟ ।