ପାଞ୍ଚଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ, ୨୫/୦୫: ନିର୍ବାଚନ କମିସନ ଆଜି ଗୁଜରାଟ, କେରଳ, ପଞ୍ଜାବ ଏବଂ ପଶ୍ଚିମବଙ୍ଗର ପାଞ୍ଚଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ମତଦାନ ୧୯ ଜୁନ୍‌ରେ ହେବ। ଭୋଟ ଗଣତି ଜୁନ୍ ୨୩ ତାରିଖରେ ହେବ। ଇସ୍ତଫା କିମ୍ବା ମୃତ୍ୟୁ ଯୋଗୁ ସମସ୍ତ ପାଞ୍ଚଟି ଆସନ ଖାଲି ପଡ଼ିଥିଲା।ଯେଉଁ ଆସନଗୁଡ଼ିକରେ ନିର୍ବାଚନ ହେବାକୁ ଯାଉଛି, ସେଥିମଧ୍ୟରେ ଗୁଜରାଟର କାଡି ଏବଂ ବିସାବାଦର ବିଧାନସଭା ଆସନ ରହିଛି। ସେହିପରି କେରଳର ନିଲାମ୍ବୁର ବିଧାନସଭା ଆସନ, ପଞ୍ଜାବର ଲୁଧିଆନା ଏବଂ ପଶ୍ଚିମବଙ୍ଗର କାଲିଗଞ୍ଜ ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *