ଭୁବନେଶ୍ୱର,୨୯/୦୫: ଲାଞ୍ଚୁଆ , ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଘରେ ରେଡ୍ କରୁଥିବା ବିଭାଗ ଇଡିର ଜଣେ ଅଧିକାରୀ ଏବେ ଲାଞ୍ଚ ନେଇ ଧରାପଡ଼ିଛନ୍ତି । ଇଡିର ଡେପୁଟି ଡାଇରେକ୍ଟରଙ୍କୁ ୨୦ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ସିବିଆଇ । ଜଣେ ବ୍ୟବସାୟୀଙ୍କ ଘର ରେଡ୍ କରିବା ଭୟ ଦେଖାଇ ଏକ କୋଟି ଟଙ୍କା ମାଗିଥିଲେ ଇଡିର ଡେପୁଟି ଡ଼ାଇରେକ୍ଟର ଚିନ୍ତନ ରଘୁବଂଶୀ । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୨୦ଲକ୍ଷ ଟଙ୍କା ନେବା ବେଳେ ସହିଦନଗର ଅଞ୍ଚଳରେ ମାଡ଼ିବସିଥିଲା ସିବିଆଇ ଟିମ୍ । ତାଙ୍କର ଜଣେ ମଧ୍ୟସ୍ଥି ମାଧ୍ୟମରେ ଏହି ଲାଞ୍ଚ ନେଉଥିଲେ ଚିନ୍ତନ ରଘୁବଂଶୀ ।