ଆସିଲା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୫-୨୬

ଭୁବନେଶ୍ୱର,୧୯/୦୨: ଆସିଲା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୫-୨୬ । ଓଡ଼ିଶାର ଅର୍ଥନୀତିରେ ବଡ଼ ଉନ୍ନତି । ୨୦୨୫-୨୬ ଆର୍ଥିକ ବର୍ଷରେ ୭.୯ ପ୍ରତିଶତ ଅଭିବୃଦ୍ଧି ଆକଳନ କରାଯାଉଛି । ଓଡ଼ିଶାର ଅର୍ଥନୀତି ଆଗାମୀ ବର୍ଷରେ ଏକ ନୂଆ ଶିଖର ଛୁଇଁବାକୁ ଯାଉଛି। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ଆର୍ଥିକ ସର୍ଭେକ୍ଷେଣ ରିପୋର୍ଟ ଅନୁଯାୟୀ, ରାଜ୍ୟର ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ଅଧିକ ରହିବ ବୋଲି ଆଶା କରାଯାଉଛି । ଓଡ଼ିଶାର ଜିଡିପି ୨୦୨୫-୨୬ ବର୍ଷରେ ପ୍ରାୟ ୯.୯ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ରାଜ୍ୟର ପ୍ରକୃତ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି, ଯାହା ଭାରତର ହାରାହାରି ଅଭିବୃଦ୍ଧି ହାର ୭.୪ ପ୍ରତିଶତ ଠାରୁ ଅଧିକ। ରାଜ୍ୟର ମୁଣ୍ଡପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି ପାଇ ୧ ଲକ୍ଷ ୮୬ ହଜାର ୭୬୧ ଟଙ୍କାରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *