ନୂଆଦିଲ୍ଲୀ,୧୯/୦୯: ରୁଷରେ ଶକ୍ତିଶାଳୀ ୭.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ। ଏଥିରେ ଘର, ଅନ୍ୟ ଉଚ୍ଚ ନିର୍ମାଣ, ଆସବାବପତ୍ର, ପାର୍କିଂ ଓ ରାସ୍ତାରେ ଗାଡ଼ିସବୁ ଦୋହଲି ଉଠିଥିଲା । ପରେ ଆଉ କେତେଥର ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଏତେ ଶକ୍ତିଶାଳୀ ଭୂମିକମ୍ପ ଦେଖି ପ୍ରଥମେ ସୁନାମି ସତର୍କତା ଜାରି କରାଯାଇଥିଲା । ପରେ ସୁନାମି ସତର୍କତା ପ୍ରତ୍ୟାହାର କରି ନିଆଯାଇଛି । ତେବେ ଜୀବନ ହାନି ଓ ବିଶେଷ କ୍ଷୟକ୍ଷତିର ସୂଚନା ମିଳିନାହିଁ । ମସ୍କୋର ପୂର୍ବ ଦିଗରେ୧୨୮ କିଲୋମିଟର ଦୂର କାମଚଟକା ଉପଦ୍ୱୀପ ଅଞ୍ଚଳରେ ଏହି ଭୂମିକମ୍ପ ଅନୁଭୂତ ହୋଇଖିଲା ।ଗତ ଜୁଲାଇ ମାସରେ ମଧ୍ୟ ଏହି ଅଞ୍ଚଳରେ ଭୂମିକମ୍ପ ହୋଇଥିଲା ଓ ସୁନାମି ଆସିବା ଫଳରେ ଗୋଟିଏ ଗାଁର କିଛି ଅଂଶ ସୁମୁଦ୍ରରେ ଲୀନ ହୋଇଯାଇଥିଲା ।