ପାକିସ୍ତାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୫.୨

ନୂଆଦିଲ୍ଲୀ,୨୯/୦୬: ପାକିସ୍ତାନରେ ଆଜି ସକାଳୁ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ଥିଲା। ଭୂକମ୍ପ ଯୋଗୁ ଘରେ ଶୋଇଥିବା ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ।ଭୂକମ୍ପର କେନ୍ଦ୍ରସ୍ଥଳ ମୁଲତାନରୁ ୧୪୯ କିଲୋମିଟର ଦୂରରେ ଭୂଗର୍ଭର ୧୫୦ କିଲୋମିଟର ଗଭୀରତାରେ ଥିବା ନ୍ୟାସନାଲ ସେଣ୍ଟର ଅଫ୍ ସିସମୋଲୋଜିର ରିପୋର୍ଟ କରାଯାଇଛି ।ଏପର୍ଯ୍ୟନ୍ତ କୌଣସି ଧନଜୀବନ ହାନିର ରିପୋର୍ଟ ମିଳିନାହିଁ।