ନୂଆଦିଲ୍ଲୀ,୧୦/୦୭: ଭୂକମ୍ପରେ ଥରିଲା ଦିଲ୍ଲୀ । ଭୂକମ୍ପ ଅନୁଭୂତ ପରେ ଭୟଭୀତ ହେଲେ ଲୋକେ । ଆଜି ଦିଲ୍ଲୀ ଏନସିଆରକୁ ଲାଗିଛି ଭୂକମ୍ପର ଝଟକା । ବଡ ଧରଣର ଭୂକମ୍ପରେ ଦୋହଲିଲା ଦିଲ୍ଲୀ । ସକାଳ ୯ଟା ୪ରେ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ରହିଛି ଏବଂ ଭୂକମ୍ପର କେନ୍ଦ୍ରସ୍ଥଳ ହରିଆଣାର ଝାଜର ରହିଛି । ଦିଲ୍ଲୀ, ନୋଏଡା ଏବଂ ଗାଜିଆବାଦରେ ଅନୁଭୂତ ହୋଇଛି ଭକମ୍ପ । ପ୍ରାୟ ୧୦ ସେକେଣ୍ଡ ଯାଏଁ ଥରିଛି ମାଟି, ସକାଳୁ ସକାଳୁ ଭୂକମ୍ପରେ ଭୟଭୀତ ଅଛନ୍ତି ଲୋକେ ।