ନୂଆଦିଲ୍ଲୀ,୨୬/୦୫: ୟୁକ୍ରେନ ଉପରେ ଋଷିଆର ସବୁଠୁ ବଡ଼ ଡ୍ରୋନ୍ ଆକ୍ରମଣ । ଦୁଇ ଶିଶୁଙ୍କ ସମେତ ୧୩ ଜଣଙ୍କ ମୃ୍ତ୍ୟୁ ହୋଇଛି ଏକାଧିକ ଆହତ । ଯୁଦ୍ଧବିରତି ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ଭିତରେ ପୁଟିନ ସେନା ବଡ଼ ଆକ୍ରମଣ କରିଛି । ଏହା ଋଷର ସବୁଠୁ ବଡ଼ ଡ୍ରୋନ ଆକ୍ରମଣ ବୋଲି କୁହାଯାଉଛି । ଋଷର ଏଭଳି ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି କ୍ଷୋଭ ପ୍ରକାଶ କରିଛନ୍ତି । ଟ୍ରମ୍ପ ପୁଟିନଙ୍କୁ ପାଗଳ ବୋଲି କହିବାକୁ ପଛାଇ ନାହାନ୍ତି । ଟ୍ରମ୍ପ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ପୁଟିନଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି । କିନ୍ତୁ ତାଙ୍କ ସହ କିଛି ଘଟିଛି । ଯେଉଁଥିପାଇଁ ସେ ପାଗଳ ଭଳି କାର୍ଯ୍ୟ କରୁଛନ୍ତି । ଅନାବଶ୍ୟକ ଭାବେ ଲୋକଙ୍କୁ ହତ୍ୟା କରୁଛନ୍ତି । ବିନା କାରଣରେ ୟୁକ୍ରେନ୍ ସହର ଉପରେ ଋଷ ମିସାଇଲ୍ ଓ ଡ୍ରୋନରେ ଆକ୍ରମଣ କରିଛି ବୋଲି କହିଛନ୍ତି ଟ୍ରମ୍ପ । କଏଦୀ ଅଦଳବଦଳ ଚୁକ୍ତି ଅନୁଯାୟୀ ଦୁଇ ଦେଶ ବନ୍ଧକ ଥିବା ହଜାର ଲେଖାଏଁ ସୈନିକ ଏବଂ ନାଗରିକଙ୍କ ପରଷ୍ପର ଦେଶକୁ ଛାଡିଛନ୍ତି। ଆଉ ଏହା ପରେ ଋଷର ଏଭଳି ଆକ୍ରମଣକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଟ୍ରମ୍ପ ।