ଡବଲ-ଡେକର ବସ୍ ଦୁର୍ଘଟଣାଗ୍ରସ୍ତ: ଦୁଇ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର

ନୂଆଦିଲ୍ଲୀ,୨୬/୦୫: ବିହାରରୁ ଦିଲ୍ଲୀ ଯାଉଥିବା ଏକ ଡବଲ-ଡେକର ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି, ଯେଉଁଥିରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ପୁଲିସ କହିଛି ଯେ ଇଟାୱାର ସୈଫାଇ ଥାନା ଅଞ୍ଚଳ ଅନ୍ତର୍ଗତ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏହି ଦୁର୍ଘଟଣା ଘଟିଛି । ପ୍ରାରମ୍ଭିକ ତଦନ୍ତରେ ଅନୁମାନ କରାଯାଉଛି ଯେ ଡ୍ରାଇଭରର ଆଖି ଲାଗି ଯାଇଥିବାରୁ ବସ୍ ନିୟନ୍ତ୍ରଣ ବାହାରକୁ ଚାଲିଗଲା, ଆଉ ରେଲିଙ୍ଗ୍ ଭାଙ୍ଗି ରାସ୍ତା ତଳକୁ ଖସି ପଡ଼ିଲା । ଦୁର୍ଘଟଣା ସମୟରେ ବସ୍‌ରେ ୭୦ରୁ ଅଧିକ ଯାତ୍ରୀ ଥିଲେ, ଯେଉଁଥିରୁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୪୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି ।