ନୂଆଦିଲ୍ଲୀ,୦୭/୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବୟାନକୁ ନେଇ ସାରା ବିଶ୍ବରେ ହଇଚଇ । ସେ କହିଛନ୍ତି ଯେ ଆମେରିକା ପାଖରେ ଏତେ ପରମାଣୁ ଅସ୍ତ୍ର ଅଛି ଯେ ତାହା ବିଶ୍ବକୁ ୧୫୦ ଥର ଧ୍ବଂସ କରିଦେବ । କିନ୍ତୁ ଏପରି କିଛି କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ତାଙ୍କ ସାକ୍ଷାତକୁ “ଉତ୍ତମ” ବୋଲି ବର୍ଣ୍ଣନା କରି ଟ୍ରମ୍ପ କହିଛନ୍ତି ଯେ ତାଙ୍କର ଚୂଡ଼ାନ୍ତ ଲକ୍ଷ୍ୟ ହେଉଛି ଏକ ପରମାଣୁ ମୁକ୍ତ ବିଶ୍ୱ ହାସଲ କରିବା। ହ୍ୱାଇଟ୍ ହାଉସରେ ଭାଷଣ ଦେଇ ଟ୍ରମ୍ପ କହିଛନ୍ତି, ମୁଁ ଭାବୁଛି ପରମାଣୁ ନିରସ୍ତ୍ରୀକରଣ ଏକ ଚମତ୍କାର ଜିନିଷ ହେବ। ଆମେ ପୃଥିବୀକୁ ୧୫୦ ଥର ଉଡ଼ାଇ ଦେଇପାରିବୁ, କିନ୍ତୁ ଏହାର କୌଣସି ଆବଶ୍ୟକତା ନାହିଁ।