ଚିଲିକାରେ ଡଲଫିନକୁ ଗଣିବ ବନ ବିଭାଗ, ତିନିଦିନର କଟକଣା ଲାଗୁ ପାଇଁ ଚିଠି

ଭୁବନେଶ୍ୱର:୧୯/୦୧ ଚିଲିକାରେ ଡଲଫିନକୁ ଗଣିବ ବନ ବିଭାଗ। ଏଥିପାଇଁ ସମସ୍ତ ମୋଟର ବୋଟ୍‌ ସଂଘକୁ ଚିଠି ଲେଖିଲେ ଡିଏଫଓ । ତିନିଦିନର କଟକଣା ଲାଗୁ ପାଇଁ ଚିଠି । ଏ ନେଇ ସାତପଡ଼ା ଏବଂ ଚିଲିକାର ସମସ୍ତ ମୋଟର ବୋଟ୍ ସଂଘକୁ ଚିଠି ଲେଖିଲେ ଚିଲିକା ଡିଏଫଓ । ୨୦, ୨୧ ଓ ୨୨ ତାରିଖ ଏହି ତିନିଦିନ ସକାଳୁ ଦିନ ୧୨ ଯାଏଁ ଚିଲିକାରେ ସମସ୍ତ ପ୍ରକାର ଡ଼ଙ୍ଗା ଚଳାଚଳକୁ ବାରଣ ପାଇଁ ନିର୍ଦ୍ଦେଶ। ଏଥିପାଇଁ ଚିଲିକା ବନ ଖଣ୍ଡର ୧୮ ଟିମ୍ ନିୟୋଜିତ ହୋଇଛନ୍ତି। ଡଲଫିନ ଗଣନା ସମୟରେ କୌଣସି ବାଧା ସୃଷ୍ଟି ନ ହେବା ପାଇଁ ସମସ୍ତ ପ୍ରକାର ଡ଼ଙ୍ଗା ଚଳାଚଳକୁ ବନ୍ଦ ରଖିବାକୁ ଚିଠିରେ ନିର୍ଦ୍ଦେଶ ଦେଲେ ବାଲୁଗାଁ ଚିଲିକା ଡିଭିଜନର ଡିଏଫ୍ଓ। ଆସନ୍ତାକାଲି ଗଣନା କାର୍ଯ୍ୟ କରାଯିବ। ଏ ନେଇ ଏକ ପ୍ରଶିକ୍ଷଣ ବୈଠକ ଆଜି ଅପରାହ୍ନରେ ଅନୁଷ୍ଠିତ ହେବ । ସକାଳ ୬ଟାରୁ ଅପରାହ୍ନ ୧୨ ପର୍ଯ୍ୟନ୍ତ ଚିଲିକାରେ ଡ଼ଙ୍ଗା ଏବଂ ଯାତ୍ରୀବାହୀ ଭସାପୋଲକୁ ବନ୍ଦ ପାଇଁ ନିର୍ଦ୍ଦେଶ ରହିଛି।