ଭୁବନେଶ୍ୱର,୪/୦୫: ଦୀଘା ଦାରୁ ଦିଅଁ ବିବାଦରେ ଦଇତାପତି ସେବକ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ଜେରା ପରେ ଆସନ୍ତା ୭ ଦିନ ଭିତରେ କୈଫିୟତ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଉତ୍ତର ସନ୍ତୋଷଜନକ ନହେଲେ ଶ୍ରୀମନ୍ଦିର ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି। ମହାପ୍ରଭୁଙ୍କ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ବିଭ୍ରାନ୍ତି କରିବା ଏବଂ ଶ୍ରୀମନ୍ଦିର ଗରିମାକୁ କ୍ଷୁର୍ଣ୍ଣ ଅଭିଯୋଗରେ ରାମକୃଷ୍ଣଙ୍କୁ କୈଫିୟତ୍ ତଲବ କରାଯାଇଛି। ୭ ଦିନ ଭିତରେ ସନ୍ତୋଷଜନକ ଉତ୍ତର ନମିଳିଲେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୫ ଅନୁଯାୟୀ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ କୁହାଯାଇଛି।