ଭୁବନେଶ୍ୱର,୧୦/୦୬: ଯାଜପୁରରେ ଘାଇଲା କଲାଣି ଡାଇରିଆ । ୩ ଘଣ୍ଟାରେ ଶହେ ଟପିଲାଣି ରୋଗୀଙ୍କ ସଂଖ୍ୟା । ରୋଗୀଙ୍କ ସଂଖା ଆହୁରି ବଢ଼ିବାର ଆଶଙ୍କା ରହିଛି । ଯାଜପୁର ଜ଼ିଲ୍ଲାପାଳ ନିଜେ ଉପସ୍ଥିତ ରହି ପରିସ୍ଥିତିର ସମୀକ୍ଷା କରିଛନ୍ତି । ହସ୍ପିଟାଲରେ ଅତିରିକ୍ତ ଡାକ୍ତର ମୁତୟନ କରିବା ସହ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ । ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି । କ’ଣ ପାଇଁ ଏଭଳି ଏତେ ସଂଖ୍ୟକ ଲୋକେ ଆକ୍ରାନ୍ତ ହୋଇଛନ୍ତି ତା’ର କାରଣ ଜାଣିବାକୁ ଏକ ଟିମ୍ ଗଠନ କରାଯାଇଛି । ଫୁଡ୍ ପଏଜନ୍ ଯୋଗୁ ଏଭଳି ହୋଇଥିବା ଅନୁମାନ କରାଇଥିବା କହିଛନ୍ତି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡି । ଭୋଜି ଖାଇ ଲୋକେ ଅଧିକ ଆକ୍ରାନ୍ତ ହୋଇଥିବା କୁହାଯାଉଛି ।