ଧଉଳି ଗଣଦୁଷ୍କର୍ମ ମାମଲା, ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଗିରଫ

ଭୁବନେଶ୍ୱର,୧୮/୧୨: ଧଉଳି ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଗିରଫ । ମୁଖ୍ୟ ଅଭିଯୁକ୍ତକୁ ଗଞ୍ଜାମରୁ ଗିରଫ କଲା କମିସନ୍‌ରେଟ୍ ପୁଲିସ୍‌ର ସ୍ପେଶାଲ ସ୍କ୍ୱାର୍ଡ । ଦୁଷ୍କର୍ମ ଘଟଣା ପରେ ଜୋକର ପ୍ରଥମେ ଖୋର୍ଦ୍ଧାରେ ଆତ୍ମଗୋପନ କରିଥିଲା । ପରେ ଗଞ୍ଜାମ ଚାଲିଯାଇଥିଲା ।ତାକୁ ଖୋଜି ଖୋଜି ନାକରେ ପାଣି ପିଇଥିଲା ପୁଲିସ । ଶେଷରେ ଗଞ୍ଜାମରେ ଲୁଚିଥିବାବେଳେ ତାକୁ କାବୁ କରିଛି । ସେ ଜଣେ ପେଶାଦାର ଅପରାଧୀ । ତା ନାଁରେ ପୂର୍ବରୁ ୧୫ଟି ମାମଲାରେ ରହିଛି । ପୂର୍ବରୁ ପୁଲିସକୁ ହାଣି ଜେଲ ଯାଇ ଫେରିଥିଲା । ଆଉ ଏହି ଜେଲ୍‌ ଫେରନ୍ତା ନାବାଳିକା ଗଣଦୁଷ୍କର୍ମର ମାଷ୍ଟରମାଇଣ୍ଡ । ଏହାପୂର୍ବରୁ ଘଟଣାରେ ଅନ୍ୟ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ସାମ୍ନାକୁ ଆସିଲା ବାଙ୍କୁଆଳ ନଦୀ ପଠାରେ ନାବାଳିକାଙ୍କୁ ଦୁଷ୍କର୍ମର ପୁରା କାହାଣୀ କହିଛନ୍ତି ତାଙ୍କ ପୁରୁଷ ବନ୍ଧୁ । ସେପଟେ ଫେରାର ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି ତଦନ୍ତକାରୀ ଟିମ୍ । ନିଛାଟିଆ ଜାଗାର ସୁଯୋଗ ନେଇ ନରରାକ୍ଷସ ପାଲଟି ଯାଇଥିଲେ ଜହ୍ଲାଦ । ଭୁଲି ଯାଇଥିଲେ ହିତାହିତ ଜ୍ଞାନ । । ବନ୍ଧା ହୋଇଥିବା ୨ ଅଭିଯୁକ୍ତଙ୍କ ସମେତ ବାକି ଅଭିଯୁକ୍ତ ମାନେ ଦୁଷ୍କର୍ମ କରିବା ସହ ଭିଡ଼ିଓ କରିଥିଲେ ।