ଭୁବନେଶ୍ୱର, ୧୧/୧୨: ବରଗଡ଼ ଧନୁଯାତ୍ରାକୁ ଆହୁରି ଭବ୍ୟ କରିବା ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ଧନୁଯାତ୍ରା ପାଇଁ ଅନୁଦାନ ରାଶି ବଢାଇଛନ୍ତି ରାଜ୍ୟ ସରକାର । ୧ କୋଟିରୁ ମଧ୍ୟ ଅଧିକ ଟଙ୍କା ଅନୁଦାନ ଦେବାକୁ ନିଷ୍ପତ୍ତି ହୋଇଛି । ୨ଶହ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ମିଳିବା ନେଇ ନିଷ୍ପତ୍ତି ହୋଇଛି । ଯାହାକୁ ସ୍ବାଗତ କରିଛନ୍ତି ଧନୁଯାତ୍ରା କମିଟି ଓ ବରଗଡ଼ ବାସୀ ।ଡିସେମ୍ବର ୨୪ରୁ ଜାନୁୟାରୀ ୩ ଯାଏଁ ଦୁଲିକିବ ଦୁଲୁକିବ ମଞ୍ଚ ଓ ରାଜ ଦରବାର । ବରଗଡ଼ ସହର ପାଲଟିବ ମଥୁରା ନଗରୀ, ଅମ୍ବାପାଲି ହୋଇଯିବ ଗୋପପୁର । ଚାଲିବ କଂସଙ୍କ ରାଜୁତି, ଏହି ଯାତ୍ରାକୁ ଆହୁରି ଭବ୍ୟ କରିବା ପାଇଁ ରାଜ୍ୟ ସରକାର କରିଛନ୍ତି ବଡ଼ ଘୋଷଣା । ବଢ଼ାଇଛନ୍ତି ଧନୁଯାତ୍ରା ପାଇଁ ଅନୁଦାନ ରାଶି । ପୂର୍ବରୁ ଏହା ୧୦ ଲକ୍ଷ ଥିବା ବେଳେ ଗତ ବର୍ଷ ୧ କୋଟିକୁ ବୃଦ୍ଧି କରାଯାଇଥିଲା । ଏବେ କୋଟିଏରୁ ଅଧିକ ଟଙ୍କା ମିଳିବ ଅନୁଦାନ । ଏଥିସହ ରାଜ୍ୟ ତଥା ରାଜ୍ୟ ବାହାରେ ଏଲ୍ଇଡି ପରଦାରେ ଧନୁଯାତ୍ରାର ସିଧା ପ୍ରସାରଣ କରାଯିବ ।