ନିଶା ମୁକ୍ତ ହେବ ଓଡିଶା, ଏପ୍ରିଲ ୧ରୁ ଅଭିଯାନ ଆରମ୍ଭ

ଭୁବନେଶ୍ୱର,୨୦/୦୩: ନିଶା ମୁକ୍ତ ହେବ ଓଡିଶା। ଏପ୍ରିଲ ୧ରୁ ଅଭିଯାନ ଆରମ୍ଭ। ଆସନ୍ତା ୩ ବର୍ଷ ଭିତରେ ନିଶା ବା ଗଞ୍ଜେଇର ମୁଲପୋଛ ପାଇଁ ଆରମ୍ଭ ହେବ ଅଭିଯାନଓ ୩ ମାସ ଭିତରେ ସମସ୍ତ ନିଶା ଦ୍ରବ୍ୟ ନଷ୍ଟ କରିବୁ ବୋଲି କହିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ। ଶିକ୍ଷାନୁସ୍ଥାନ ୫୦୦ ମିଟର ଭିତରେ ନିଶା ଦ୍ରବ୍ୟ ବିକ୍ରି ଉପରେ ଡ୍ରାଇଭ ଚାଲିଥିଲା ଆଗକୁ ମଧ୍ୟ ଚାଲିବ ବୋଲି କହିଛନ୍ତି ।ସିଂଥେଟିକ ଡ୍ରଗ୍ସ ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟ ଆଦି ପଡ଼ୋଶୀ ରାଜ୍ୟରୁ ଆସୁଛି। ବ୍ରାଉନସୁଗାର ବିକ୍ରି ବଢୁଛି । ଆମ ରାଜ୍ୟରେ ଯେପରି ସିନ୍ଥେଟିକ ଡ୍ରଗ୍ସ ପଶି ସେଥିପାଇଁ ପ୍ରୟାସ କରାଯାଉଛି । ଶିକ୍ଷାନୁଷ୍ଠାନର ୫୦୦ ମିଟର ଭିତରେ ନିଶା ବିକ୍ରି ହେଲେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି ଡିଜିପି। ଏଥିପାଇଁ ସମସ୍ତ ଜିଲ୍ଲାର ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *