ଖୁବଶୀଘ୍ର ସ୍ୱାଭାବିକ ହୋଇପାରେ ବିମାନ ଉଡାଣ,ନିଷ୍ପତ୍ତି ପ୍ରତ୍ୟାହାର କଲା ଡିଜିସିଏ

ନୂଆଦିଲ୍ଲୀ,୦୫/୧୨: ଖୁବଶୀଘ୍ର ସ୍ୱାଭାବିକ ହୋଇପାରେ ବିମାନ ଉଡାଣ । ନିଜ ନିଷ୍ପତ୍ତି ପ୍ରତ୍ୟାହାର କଲା ଡିଜିସିଏ । ୪ ଦିନରେ ହଜାରେରୁ ଅଧିକ ବିମାନ ଉଡ଼ାଣ ବାତିଲ ହେବା ପରେ, ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟର ବଡ଼ ପଦକ୍ଷେପ । ବିମାନ କର୍ମଚାରୀଙ୍କ ରୋଷ୍ଟର୍ ବା କାର୍ଯ୍ୟ ନିର୍ଘଣ୍ଟ ସଂପର୍କିତ ସର୍ତ୍ତ ମାନି ନେଇଛି ଡିଜିସିଏ । ପୂର୍ବରୁ ବିମାନ କ୍ରୁ ମାନଙ୍କ ଛୁଟି ଓ ସାପ୍ତାହିକ ଆରାମ ଅଦଳବଦଳ ହୋଇପାରିବ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା । ଇଣ୍ଡିଗୋ ବିମାନ ବିଭ୍ରାଟ ପଛରେ ଏହା ଏକ ପ୍ରମୁଖ କାରଣ ହୋଇଥିବାରୁ, ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଛି । ଏବେ ରୋଷ୍ଟର୍ ତିଆରି ବେଳେ କର୍ମଚାରୀଙ୍କ ୪୮ ଘଣ୍ଟା ଛୁଟିକୁ ସାପ୍ତାହିକ ବିଶ୍ରାମ ଭାବେ ମଧ୍ୟ ଗ୍ରହଣ କରାଯାଇପାରିବ । ବିମାନଉଡ଼ାଣ ସଂସ୍ଥା ପକ୍ଷରୁ ରଖିଯାଇଥିବା ଏହି ସର୍ତ୍ତକୁ ସାମୟିକ ଭାବେ ମାନି ନେଇଛି ଡିଜିସିଏ ।