ଭୁବନେଶ୍ୱର,୨୨/୦୭: ସମ୍ପତି ଖୋଜି ଖୋଜି ଭିଜିଲାନ୍ସ ଅଧିକାରୀ ହାଲିଆ। ସରୁନି କୁବେର ବାବୁଙ୍କ ସମ୍ପତ୍ତି ହିସାବ । ଯେତେ ଖୋଳିଲେ ସେତେ ବାହାରୁଛି । କୁବେର ଡିଏଫଓଙ୍କ ଅମାପ ସମ୍ପତିର ହିସାବ କରି କରି ହାଲିଆ ହୋଇଗଲେଣି ଅଧିକାରୀ । ଗତକାଲି ଠାରୁ କେନ୍ଦୁଝରରେ ଡିଏଫଓ ନିତ୍ୟାନନ୍ଦ ନାଏକଙ୍କ ସରକାରୀ ବାସଭବନ ଓ ଅଫିସରେ ଭିଜିଲାନ୍ସ ଚଢାଉ କରିଛି । ଗତକାରି ରାତି ସାରା ଚାଲିଥିଲା ସମ୍ପତ୍ତି ହିସାବ । ତେବେ ବାବୁଙ୍କ ସରକାରୀ ବାସଭବନରୁ ନଗଦ ୮ ଲକ୍ଷ ୫୦ହଜାର ଟଙ୍କା ସହ ଏକ ବନ୍ଧୁକ ଜବତ କରାଯାଇଛି । ବହୁ ବ୍ୟାଙ୍କ ଖାତା ଓ ଜମିଜମା କାଗଜପତ୍ର ଜବତ କରିଛି । କାଗଜ ଯାଞ୍ଚରେ ତାଙ୍କ ୯ଟି ବ୍ୟାଙ୍କ ଖାତାରେ ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଜମା ଥିବା ଜଣାପଡିଛି । ଛେଣ୍ଡିପଦାରେ ଏକ ଫାର୍ମ ହାଉସ ମିଳିଥିବା ସୁଚନା ମିଳିଛି । ଆଜି ବି ତଦନ୍ତ ଓ ଯାଞ୍ଚ ଜାରି ରଖିଛି ଭିଜିଲାନ୍ସ ।