ଭୁବନେଶ୍ୱର,୧୨/୧୧: ଦିଲ୍ଲୀରେ ଘଟିଥିବା ଭୟଙ୍କର ବିସ୍ଫୋରଣ ପଛରେ ଓଡ଼ିଶାର ଲିଙ୍କ୍ ଥିବା ସୂଚନା ମିଳିଛି । ଓଡ଼ିଶାରେ ଆତଙ୍କୀ ମୁଜାମିଲ୍ ସକିଲର ସମ୍ପର୍କ ରହିଛି । ଏନେଇ ଅଟକ ଥିବା ଜମାତିଙ୍କୁ ଜେରା ବେଳେ ସୂଚନା ମିଳିଛି । ମୁଜାମିଲର ହ୍ୱାଟ୍ସଆପରେ ଓଡ଼ିଶାର ଲିଙ୍କ୍ ଆସିଥିଲା । ଆଉ ଏହାସହିତ ଏହି ଘଟଣାରେ ଜମ୍ମୁ, ହରିୟାଣା, ତାମିଲନାଡୁରେ ବି ଲିଙ୍କ ରହିଛି ବୋଲି କୁହାଯାଉଛି । ଅନ୍ୟପଟେ ବି ଦିଲ୍ଲୀ ବିସ୍ଫୋରଣର ଆଉ ଏକ ଲୋମଟାଙ୍କୁରା ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡ଼ ଟ୍ରାଫିକ୍, ଧୀରେ ଧୀରେ ଗାଡ଼ି ଯାଉଥିବାବେଳେ ବଡ଼ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ବେଳର ଆଉ ଏକ ସିସିଟିଭି ଦୃଶ୍ୟରେ ଏଭଳି କିଛି ଦେଖିବାକୁ ମିଳିଛି। ୧୫ ସେକେଣ୍ଡର ଏହି ଭିଡିଓରେ ଲାଲ କିଲ୍ଲା ମେଟ୍ରୋ ନିକଟର ବୋଲି ଜଣାପଡ଼ିଛି । ଯେଉଁଠି ଟ୍ରାଫିକ୍ରେ ଏକାଧିକ କାର ଧୀରେ ଧୀରେ ଆଗକୁ ବଢୁଥିବାବେଳେ ହଠାତ୍ ବଡ଼ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି । ଏହି ବିସ୍ଫୋରଣ ଫରିଦାବାଦରେ ୨,୯୦୦ କେଜିର ବିସ୍ଫୋରକ ସାମଗ୍ରୀ ଜବତ ହେବାର ମାତ୍ର କିଛି ଘଣ୍ଟା ପରେ ଘଟିଛି ।