ନୂଆଦିଲ୍ଲୀ,୧୯/୧୦: ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣର ସ୍ଥିତି ଚିନ୍ତାଜନକ । ରାଜଧାନୀର ସାଧାରଣ ଏୟାର୍ କ୍ୱାଲିଟି ଇଣ୍ଡେକ୍ସ ୨୮୬ରେ ପହଞ୍ଚିଛି । ଦିଲ୍ଲୀରେ ପୁଣି ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି । ଦୀପାବଳି ପୂର୍ବରୁ ବାୟୁ ଗୁଣବତ୍ତା ଗୁରୁତର ହେବା ଆରମ୍ଭ ହୋଇଛି । ଖାଲି ସେତିକି ନୁହେଁ, ଦୀପାବଳି ପରେ ବାୟୁ ଗୁଣବତ୍ତା ଗୁରୁତର ସ୍ତରକୁ ଖସିବାର ଆଶଙ୍କା ରହିଛି । ଦିଲ୍ଲୀରେ ପ୍ରଶାସନ କଡ଼ା ନିୟମ ଲାଗୁ କରିବାକୁ ପ୍ରସ୍ତୁତ ହେଉଛି ଆଉ ଜନସାଧାରଣଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି । ସେପଟେ ସୁପ୍ରିମକୋର୍ଟ ଦିଲ୍ଲୀରେ ୧୮ରୁ ୨୧ ଅକ୍ଟୋବର ଧରି ସୀମିତ ସବୁଜ ବାଣ ବିକ୍ରି ଓ ବ୍ୟବହାରକୁ ଅନୁମତି ଦେଇଛନ୍ତି । ଫଳରେ ବାଣ ଦୋକାନଗୁଡିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ତେବେ ପାଟ୍ରୋଲିଂ ଦଳ ଗଠନ କରି ନିୟମ ଉଲ୍ଲଂଘନ କରୁଥିବା ଦୋକାନୀଙ୍କ ଉପରେ ନଜର ରଖିଛି ପୁଲିସ୍ ।