ମାଡି ଆସୁଛି ବାତ୍ୟା, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା !

ଭୁବନେଶ୍ୱର,୨୪/୧୦: ୨୫ରେ ଅବପାତର ରୂପ ନେବ ସୃଷ୍ଟି ହୋଇଥିବା ଲଘୁଚାପ । ୨୬ ବେଳକୁ ନେବ ଗଭୀର ଅଭପାତର ରୂପ । ୨୭ ସକାଳେ ବାତ୍ୟାର ରୂପ ନେଇପାରେ ଲଘୁଚାପ । ଏବେ ଧୀରେ ଧୀରେ ଉତ୍ତର-ପଶ୍ଚିମ ଉତ୍ତର ଦିଗରେ ଗତି କରୁଛି । ଘଣ୍ଟା ପ୍ରତି ୩ କିମି ବେଗରେ ଗତି କରୁଛି ।  ଏନେଇ ସୂଚନା ଦେଲେ ଭାରତୀୟ ପାଣିପାଗ ବିଭାଗ । ତେବେ ବାତ୍ୟା କେଉଁଠି ମାଡ଼ ହେବ, ସେନେଇ ଏବେ ଯାଏ କୌଣସି ସୂଚନା ମିଳିନାହିଁ ।  ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଉପରେ ସକ୍ରିୟ ରହିଛି ଲଘୁଚାପ । ଏହା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତିକରି ଘନୀଭୂତ ହେବ । ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଆଗକୁ ବଢ଼ିବା ସହ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପର ରୂପ ନେବ । ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ।