ନୂଆଦିଲ୍ଲୀ,୨୮/୧୦: ଆରମ୍ଭ ହୋଇଗଲା ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଆନ୍ଧ୍ରପ୍ରଦେଶ କାକିନାଡ଼ାରେ ବାତ୍ୟା ମୋନ୍ଥାର ପ୍ରଭାବ ଦେଖିବାରେ ମିଳିଛି । ୫ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍ ପକ୍ରିୟା । ଛୋଟ ବାତ୍ୟା ହୋଇଥିବାରୁ ବାତ୍ୟାର ଆଖି ନାହିଁ । ଘଣ୍ଟାପ୍ରତି ୧୫ କିମି ବେଗରେ ସ୍ଥଳଭାଗ ଅତିକ୍ରମ କରୁଛି । ଆନ୍ଧ୍ରପ୍ରଦେଶ କାକିନାଡାର କୋନାସୀମାରେ ସ୍ଥଳଭାଗ ଅତିକ୍ରମ କରୁଛି । ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ କରିବା ପରେ କାକିନାଡ଼ାରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ଆରମ୍ଭ କରିଛି । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବାପରେ ସୁ ସୁ ଗର୍ଜନ ଛାଡ଼ୁଛି ସମୁଦ୍ର । ୪ରୁ ୫ ଘଣ୍ଟା ଲାଗିଯିବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ସ୍ଥାନୀୟ ଲୋକଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସମୟ । ବାତ୍ୟାକୁ ଦୃଷ୍ଟିରେ ରଖି କାକିନାଡ଼ାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୧୪ ଲକ୍ଷ ବାତ୍ୟା ଦ୍ୱାରା ପ୍ରଭାବିତ ହେବେ ।