ନୂଆଦିଲ୍ଲୀ,୨୯/୧୦: ଆନ୍ଧ୍ରପ୍ରଦେଶର ନର୍ସାପୁରମ୍ରେ ସ୍ଥଳଭାଗ ଛୁଇଁଲା ବାତ୍ୟା ମୋନ୍ଥା । ଅମ୍ଲାପୁରମ୍ଠାରୁ ୪୫ କିଲୋମିଟର ଦୂରରେ ନର୍ସପୁରମ୍ରେ ସ୍ଥଳଭାଗ ଛୁଇଁଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାତି ସାଢେ ୧୧ଟାରୁ ସାଢେ ୧୨ଟା ଭିତରେ ଳ୍ୟାଣ୍ଡଫଲ୍ କରିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିଲୋମିଟର ରହିଥିଲା । ପ୍ରଥମେ କାକିନାଡ଼ା, ପରେ ଅମ୍ଲାପୁରମ୍ ଶେଷରେ ଅମ୍ଲାପୁରମଠାରୁ ୪୫ କିଲୋମିଟର ଦୂର ନର୍ସାପୁରମରେ ସ୍ଥଳଭାଗ ଛୁଇଁଥିଲା । ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହୋଇଯିବ ମୋନ୍ଥା ।