ଭୁବନେଶ୍ୱର,୨୪/୧୧: ମାଲାକ୍କା ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବ ହେଲେ ସମୁଦ୍ରରେ ଦୁର୍ବଳ ହେବ। ଉପକୂଳକୁ ଛୁଇଁବା ପୂର୍ବରୁ ଦୁର୍ବଳ ହୋଇଯିବ ବାତ୍ୟା । ତେବେ ଆଶ୍ବସ୍ତିର କଥା ହେଉଛି, ଏହି ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ଆଦୌ ପଡ଼ିବନି । ମାଲାକ୍କା ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ଘନୀଭୂତ ହେଉଛି ଲଘୁଚାପ । ଆଗାମୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ପରିଣତ ହେବ । ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଏହା ଆଗକୁ ବଢ଼ିବ । ପରବର୍ତ୍ତୀ ୪୮ ଘଣ୍ଟାରେ ବାତ୍ୟାର ରୂପ ନେବ । ହେଲେ ଏହା ଓଡ଼ିଶା ଉପରେ ପ୍ରଭାବ ପକାଇବ ନାହିଁ । ପାଣିପାଗ ବିଭାଗ ପକ୍ଷରୁ ଏନେଇ ଆଶ୍ବସ୍ତ କରାଯାଇଛି । ସମୁଦ୍ର ଭିତରେ ହିଁ ଦୁର୍ବଳ ହେବ ବାତ୍ୟା । ଓଡ଼ିଶାରେ ୭ ଦିନ ପର୍ଯ୍ୟନ୍ତ ଶୁଖିଲା ରହିବ ପାଗ । ତେବେ ୪୮ ଘଣ୍ଟା ପରେ ତାପମାତ୍ରା ୨ରୁ ୩ ଡିଗ୍ରି କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।