ସାଇବର ଠକେଇ ମାମଲାରେ ଧର୍ମଶାଳା ଥାନା ଅଞ୍ଚଳରେ ବଡ଼ଧରଣର ରେଡ୍

ଭୁବନେଶ୍ୱର,୨୦/୦୧: ସାଇବର ଠକେଇ ମାମଲାରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ ବଡ଼ଧରଣର ରେଡ୍ । ଗତକାଲି ମଧ୍ୟରାତ୍ରିରେ ଧର୍ମଶାଳା ଥାନା ପୋବଳ ଗାଁରେ କଟକ କ୍ରାଇମବ୍ରାଞ୍ଚ ଟିମ୍ ଓ ଧର୍ମଶାଳା ପୋଲିସ ମିଳିତ ଚଢ଼ାଉ କରିଛନ୍ତି । ସାଇବର ଠକେଇ ମାମଲାରେ ଆର୍ଥିକ କାରବାର ନେଇ ପୋବଳ ଗାଁର ସରୋଜ ଜେନାଙ୍କ ଘରେ ଚଢ଼ାଉ ହୋଇଛି । ପାଖାପାଖି ୨୫ଲକ୍ଷ ଟଙ୍କା ଜବତ କରିଛି କ୍ରାଇମ୍‌ବ୍ରାଞ୍ଚ । ମୁଖ୍ୟ ଅଭିଯୁକ୍ତ ସରୋଜଙ୍କ ସହ ଲିଙ୍କ ଥିବା ୩ ଜଣଙ୍କୁ କଟକ କ୍ରାଇମବ୍ରାଞ୍ଚ ଟିମ୍ ଉଠେଇ ନେଇଥିବା ସୂଚନା ମିଳିଛି । ଗତକାଲି ରାତି ୧୧ଟାରୁ ୩ ଟା ପର୍ଯ୍ୟନ୍ତ ଚଢ଼ାଉ କରାଯାଇଥିଲା । ବିଭିନ୍ନ ପ୍ରକାର ଅନଲାଇନ୍‌ରେ ଟଙ୍କା ଠକେଇ ସହ ଅଶ୍ଳୀଳ ନ୍ୟୁଡ କଲ୍ ମାଧ୍ୟମରେ ଲୋକଙ୍କୁ ଲୁଟ୍‌ ଘଟଣାରେ ଏମାନଙ୍କ ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି ।