ଆଜି ବି କଟକରେ କର୍ଫ୍ୟୁ ଜାରି, ଇଣ୍ଟରନେଟ୍ କଟକଣା ବି ବଢ଼ିଲା

ଭୁବନେଶ୍ୱର, ୦୭/୧୦: ଆଜି ବି କଟକରେ କର୍ଫ୍ୟୁ ଜାରି ରହିବ । ଇଣ୍ଟରନେଟ୍ କଟକଣା ବି ବଢ଼ିଲା । କଟକରେ ୩୬ ଘଣ୍ଟା କର୍ଫ୍ୟୁ ବଳବତ୍ତର ରହିଛି ।  ଜରୁରୀକାଳୀନ କାମରେ କରୁଥିବା ଲୋକଙ୍କୁ ପୁଲିସ ଅଟକାଇ ପଚରାଉଚରା କରି ଯାଞ୍ଚ କରି ଛାଡୁଛି । ଦୋକାନ ବଜାର ବନ୍ଦ ରହିଛି । କଟକ ସହରରେ  ପୁଲିସ ବ୍ଲକିଂ, ଚେକିଂ ଓ ପାଟ୍ରୋଲିଙ୍ଗ ଜାରି ରଖିଛି । ସହରରେ ୬୦ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି । ୮ କମ୍ପାନି କେନ୍ଦ୍ରୀୟ ଫୋର୍ସ, ସିଆରପିଏଫ, ବିଏସଏଫ୍ ଯବାନ ମୁତୟନ ହୋଇଛନ୍ତି । ଗତ ଶୁକ୍ରବାର କଟକରେ ଭସାଣ ସମୟରେ ଦରଘାବଜାର ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା , ଯାହା କ୍ରମେ ରକ୍ତପାତରେ ବଦଳିଥିଲା। ଏଥିରେ ସାଧାରଣ ଲୋକଙ୍କ ସହ ପୁଲିସ ଅଧିକାରୀ ମଧ୍ୟ ଆହତ ହୋଇଥିଲେ ।