ନୂଆ ମୁଖ୍ୟଶାସନ ସଚିବଙ୍କୁ ୧୫ ସୂତ୍ରୀ ନିର୍ଦ୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧/୦୧: ନୂଆ ମୁଖ୍ୟଶାସନ ସଚିବ ଅନୁ ଗର୍ଗ ଓ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ୧୫ ସୂତ୍ରୀ ନିର୍ଦ୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ନୂଆ ଆଭିମୁଖ୍ୟ। ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ, ଓଡ଼ିଶାକୁ ଶ୍ରେଷ୍ଠ ୫ଟି ବିକଶିତ ରାଜ୍ୟରେ ଆଣିବାକୁ ଯୋଜନା, ରାଜ୍ୟକୁ ଏକ ‘ମିଶ୍ରିତ ଅର୍ଥନୀତି’ ଆଡ଼କୁ ନେବାପାଇଁ ଲକ୍ଷ୍ୟ, ଜ୍ଞାନ-ପରିଚାଳିତ ଶିଳ୍ପ, ସେବା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଶିଳ୍ପାୟନର ଦ୍ରୁତ ବିକାଶ ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରକ୍ରିୟାକୁ ଫାଷ୍ଟଟ୍ରାକ କରିବାକୁ ନିର୍ଦ୍ଦେଶାବଳୀରେ ଗୁରୁତ୍ୱ ଦିଆଯାଇଛି। ଆସନ୍ତା ୨ବର୍ଷରେ ଖାଲିଥିବା ପଦ ପଦବୀ ପୂରଣ ହେବ, ଦକ୍ଷ ଏବଂ ପ୍ରଶିକ୍ଷିତ ଅଧିକାରୀଙ୍କ ସେବା ଉପରେ ଗୁରୁତ୍ୱ, ଦୁର୍ନୀତିଗ୍ରସ୍ତ, ଅପାରଗ, ଦାୟିତ୍ୱହୀନ ଅଧିକାରୀଙ୍କ ବିରୋଧରେ ହେବ କାର୍ୟ୍ୟାନୁଷ୍ଠାନ, ଏପରିକି ବାଧ୍ୟତାମୂଳକ ସେବା ନିବୃତ୍ତ କରିବା ପାଇଁ ନିର୍ଦ୍ଦେଶ, ପ୍ରକଳ୍ପର ସଫଳ ରୂପାୟନ ପାଇଁ ସମୀକ୍ଷା ଓ ମୂଲ୍ୟାୟନକୁ ଗୁରୁତ୍ୱ, ସରକାରୀ କାର୍ୟ୍ୟ, ନୋଟିସ, ବିଜ୍ଞପ୍ତି, ଚିଠି ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ, ଲୋକଙ୍କ ଅଭିଯୋଗ ଶୁଣାଣି ଗୁରୁତ୍ୱର ସହିତ ବିଚାର କରିବେ, ସମାଧାନ ପାଇଁ ସବୁସ୍ତରର ଅଧିକାରୀ କ୍ଷେତ୍ର ପରିଦର୍ଶନ କରିବେ, କ୍ଷେତ୍ର ପରିଦର୍ଶନ ସହ ରିପୋର୍ଟ ଦେବେ ଅଧିକାରୀ, ଏହା ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନରେ ବିବେଚିତ ହେବ ।