ଭୁବନେଶ୍ୱର,୧୮/୧୦: ଦୀପାବଳିରେ ରାତି ୯ଟା ପରେ ଫୁଟାଇ ପାରିବେନି ବାଣ । ଏନେଇ କଡ଼ା ନିର୍ଦ୍ଦେଶ ଜାରି କଲେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା। ଉଚ୍ଚ ଶଦ୍ଧ ସଂପନ୍ନ ବାଣ ଫୁଟାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗ୍ରୀନ୍ କାର୍କର ଫୁଟାଇବା ପାଇଁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି । ମଦ ପିଇ ଗାଡ଼ି ଚଳାଇଲେ ଅଟକ ରହିବେ ଚାଳକ । ଗାଡ଼ିକୁ ଜବତ କରି ନେଇଯିବ PCR ଭ୍ୟାନ୍ । ସବୁ ଥାନାରେ ପାଟ୍ରୋଲିଂ ଭ୍ୟାନ୍ ଆଲର୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବେଆଇନ ବାଣ ବିକିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି DCP କହିଛନ୍ତି ।