୭ ଦିନରେ ଭାରତରେ ୫୭ ଜଣ ନୂଆ କୋଭିଡ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ,୧୯/୦୫: ପୁଣି କଡ଼ ଲେଉଟାଇଲାଣି କରୋନା ! ହଂକଂ,ଥାଇଲାଣ୍ଡ ଓ ସିଙ୍ଗାପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଚିନ୍ତାର କାରଣ ପାଲଟିଛି । ସେପଟେ ୭ ଦିନ ଭିତରେ ଭାରତରେ ୫୭ ଜଣ ନୂଆ କୋଭିଡ ରୋଗୀ ଚିହ୍ନଟ ହେବା ପରେ ସତର୍କରେ ସରକାର । ସୂଚନା ଅନୁସାରେ ସିଙ୍ଗାପୁରରେ କରୋନାର ପ୍ରଜାତି ଜେଏନ ଡଟ ୱାନର ଦୁଇଟି ପ୍ରଜାତି ଏଲଏଫ.୭ ଓ ଏନବି.୧.୮ରେ ଆକ୍ରାନ୍ତ ହେଉଛନ୍ତି ଲୋକେ । ଏହା ଅଧିକ ସଂକ୍ରାମକ ଓ ଆକ୍ରାନ୍ତଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ କମ କରୁଛି । ଏଲଏଫ ଡଟ୍ ସେଭେନ ଓମିକ୍ରନର ଏକ ଉପପ୍ରଜାତି । ନୂଆ ସଂକ୍ରମିତଙ୍କ ନିକଟରେ ସମାନ ଲକ୍ଷଣ ପ୍ରକାଶ ପାଉଛି ଯାହା ପୂର୍ବରୁ ଦେଖିବାକୁ ମିଳୁଥିଲା । ଥଣ୍ଡା,ଜ୍ବର, ଥକ୍କାପଣ ପରି ଲକ୍ଷଣ ପ୍ରକାଶ ପାଇଛି । ସେହିପରି ଏନବି ୱାନ ଉପପ୍ରଜାତି ଆମେରିକା, ୟୁରୋପ, ଏସିଆ ଦେଶରେ ଅଧିକ ପ୍ରଭାବ ବିସ୍ତାର କରୁଛି । ଏଥିରେ ସଂକ୍ରମିତଙ୍କ ନିକଟରେ ଗଳା ଦରଜ, ମୁଣ୍ଡ ବ୍ୟଥା ଓ ଦୀର୍ଘଦିନ ଧରି କାଶ ପରି ସମସ୍ୟା ଦେଖାଯାଉଛି ।

Leave a Reply

Your email address will not be published. Required fields are marked *