ନୂଆଦିଲ୍ଲୀ,୨/୦୬: ଦେଶରେ ହୁ ହୁ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨୦୩ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଗତ ୧୦ ଦିନରେ ୧୫ ପ୍ରତିଶତ ବଢ଼ିଛି ଆକ୍ରମଣ ସଂଖ୍ୟା । ଏହାସହ ମୋଟ୍ ଆକ୍ରାନ୍ତ ସଂଖ୍ୟା ୩୯୬୧ ପହଞ୍ଚିଛି । କେରଳରେ ସର୍ବାଧିକ ୧୪୩୫ ଜଣ ଆକ୍ରାନ୍ତ ରହିଛନ୍ତି । ସେହିପରି ସକ୍ରିୟ ସଂକ୍ରମଣ ଭାବେ ଦ୍ବିତୀୟ ସ୍ଥାନରେ ରହିଛି ମହାରାଷ୍ଟ୍ର । ଏଠାରେ ୫୦୬ଜଣ ସକ୍ରିୟ ରୋଗୀ ରହିଛନ୍ତି । ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୨ରେ ପହଞ୍ଚିଛି ।