ନୂଆଦିଲ୍ଲୀ,୧୧/୦୧: ଥଣ୍ଡାରେ ଥରୁଛି ଉତ୍ତର ଭାରତ । ଶନିବାର ଉତ୍ତର ଭାରତର ପାହାଡ଼ିଆ ଏବଂ ସମତଳ ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୂଭୂତ ହୋଇଛି। ଲଗାତାର କଶ୍ମୀର ଉପତ୍ୟକାର ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରି ତଳେ ରହିଛି। ପଞ୍ଜାବର ହୋସିଆରପୁରରେ ରାଜ୍ୟର ସର୍ବନିମ୍ନ ସର୍ବନିମ୍ନ ତାପମାତ୍ରା ୧.୧ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି । ପଞ୍ଜାବର ଅନ୍ୟାନ୍ୟ ସହରଗୁଡ଼ିକରେ ମଧ୍ୟ ଶୀତର ପ୍ରକୋପ ଲାଗି ରହିଛି । ଅମୃତସରରେ ସର୍ବନିମ୍ନ ତାପମାତ୍ରା ୧.୩ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଥିବାବେଳେ ଫରିଦକୋଟ ଏବଂ ଗୁରଦାସପୁରରେ ତାପମାତ୍ରା ୩.୨ ଡିଗ୍ରି ସେଲସିୟସ୍ ରହିଛି। ଭଠିଣ୍ଡାର ତାପମାତ୍ରା ୩.୪ ଡିଗ୍ରି ସେଲସିୟସ୍ ଥିବାବେଳେ ରାଜଧାନୀ ଚଣ୍ଡିଗଡ଼ର ତାପମାତ୍ରା ୪ ଡିଗ୍ରି ସେଲସିୟସ୍ ରହିଛି। ସେହିପରି ପଟିଆଲାରେ ତାପମାତ୍ରା ୪.୪ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି । ସେହିପରି ରୂପନଗରରେ ତାପମାତ୍ରା ୪.୫ ଡିଗ୍ରି ସେଲସିୟସ୍ ଏବଂ ଲୁଧିଆନାରେ ୫.୦ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି ।