ସାରା ରାଜ୍ୟରେ ଥଣ୍ଡାର ପ୍ରକୋବ ଜାରି, ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ

ଭୁବନେଶ୍ୱର,୧୫/୦୧: ସାରା ରାଜ୍ୟରେ ଥଣ୍ଡାର ପ୍ରକୋବ ଜାରି ରହିଛି । ରାଜ୍ୟର ସର୍ବନିମ୍ନ ପାରଦ ସ୍ତର ପୁଣି ତଳକୁ ଖସିଛି। ରାଜ୍ୟର ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି । ଏପଟେ ପାଣିପାଗ ବିଭାଗର ଆକଳନ ଆହୁରି ଦୁଇ ଦିନ ଯାଏଁ ଶୀତ ଲହରରି ନିସ୍ତାର ମିଳିବ ନାହିଁ । ରାଜଧାନୀ ଭୁବନେଶ୍ଵର ଓ କଟକର ରାତି ତାପମାତ୍ରା ସ୍ବାଭାବିକଠାରୁ ୩ ଡିଗ୍ରି ତଳେ ରହିଛି । ଆଜି ୧୧ଟି ଜିଲ୍ଲାକୁ ଶୀତ ଲହରି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଧା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, କନ୍ଧମାଳ, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ଶୀତ ଲହରି ପ୍ରବାହିତ ହେବାର ସମ୍ଭାବନା ଥିବାରୁ ୟେଲୋ ୱାଣ୍ଡିଂ ଜାରି ହୋଇଛି । ୧୬ତାରିଖ ଦିନ ବି ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଧା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, କନ୍ଧମାଳ, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର କିଛି କିଛି ଅଞ୍ଚଳରେ ଶୀତ ଲହରି ପଡ଼ିପାରେ। ଏଣୁ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାଣ୍ଡିଂ ଜାରି ହୋଇଛି ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ କୌଣସି ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ ।