ରାଜ୍ୟର ବିଭିନ୍ନ ସ୍ଥାନରେ ଖସିଲା ରାତି ତାପମାତ୍ରା, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, ୧୩/୦୧: ମାତ୍ର ଦୁଇ ଦିନର ଆଶ୍ବସ୍ତି ପରେ ପୁଣି ବଢିଲା ଶୀତ। ରାଜ୍ୟର ବିଭିନ୍ନ ସ୍ଥାନରେ ଖସିଲା ରାତି ତାପମାତ୍ରା । ଆକାଶ ମେଘାଚ୍ଛନ୍ନ ରହିଥିବାରୁ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲା । ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ୫ରୁ ୭ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଥିଲା । ଏବେ ସପ୍ତାହ ପର୍ଯ୍ୟନ୍ତ ପ୍ରବଳ ଶୀତ ନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଭାଗ । ଆଜି ଓ ଆସନ୍ତାକାଲି ପାଇଁ ଅନୁଗୁଳ, ବୌଦ୍ଧ ଓ ଝାରସୁଗୁଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ସେହିପରି ୧୫ ତାରିଖ ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।  ଆଗାମୀ ୪ରୁ ୫ ଦିନ ସର୍ବନିମ୍ନ ରାତି ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର। ସେପଟେ ଅସମ୍ଭାଳ ଥଣ୍ଡାରେ ଥରୁଛି ସହର ଠାରୁ ଗାଁ ଗଣ୍ଡା ।