ନୂଆଦିଲ୍ଲୀ,୦୮/୦୧: ଉତ୍ତର ଭାରତ ସମେତ ଦେଶର ବିଭିନ୍ନ ଅଂଶରେ ଶୀତର ପ୍ରକୋପ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ୫ ଦିନ ପର୍ଯ୍ୟନ୍ତ ଦେଶର ପ୍ରାୟ ୯ଟି ରାଜ୍ୟରେ ପ୍ରବଳ ଶୀତ ଲହରୀ ଜାରି ରହିବ । ଏହା ସହିତ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେବାର ଆଶଙ୍କା ରହିଛି । ଓଡ଼ିଶାରେ ମଧ୍ୟ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ଲାଗି ରହିଛି । ପାଣିପାଗ ବିଭାଗ ଅନୁଯାୟୀ, ଉତ୍ତର ପ୍ରଦେଶ, ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ରାଜସ୍ଥାନ, ବିହାର, ଉତ୍ତରାଖଣ୍ଡ ଏବଂ ଝାଡ଼ଖଣ୍ଡରେ ପ୍ରବଳ ଶୀତ ଅନୁଭୂତ ହେବ। ଏହି ରାଜ୍ୟଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୨ ରୁ ୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଖସିଯାଇପାରେ। ବିଶେଷ କରି ରାତି ଏବଂ ସକାଳ ସମୟରେ ଥଣ୍ଡା ପବନ ଯୋଗୁଁ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିବ।