ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୯ ପରାମର୍ଶ, ଜାଣନ୍ତୁ କଣ?

ଭୁବନେଶ୍ୱର,୧୮/୧୧: ଦୁଇ ଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀ ଆରମ୍ଭ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଭିଭାଷଣ ରଖି ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟରେ ବିଭିନ୍ନ ପରାମର୍ଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଅଧିକ ଫିଲ୍ଡ ଭିଜିଟ୍ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ରାଜସ୍ୱ ମନ୍ତ୍ରୀ ସରକାରୀ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବାକୁ ଆହ୍ୱାନ କରିଛନ୍ତି ।ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମିସନ୍ ପାୱାରକୁ ଗୁରୁତ୍ୱ ଦେଇଛନ୍ତି । ବିଭିନ୍ନ ବିଭାଗର ଚିଠିପତ୍ର ଓ ବିଜ୍ଞପ୍ତି ଓଡ଼ିଆରେ ଲେଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି  ।

ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ୯ ପରାମର୍ଶ
-ଦୂର୍ନୀତି ହଟାଅ, ସଚ୍ଚୋଟ ଓ ସାଧୁତା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
-ଅଧିକ ଫିଲଡ଼ ଭିଜିଟ କରିବାକୁ ନିର୍ଦ୍ଦେଶ ଦେଲେ
-ରିୟଲ ଟାଇମ ଡାଟା ବ୍ୟବହାର କରି ସମସ୍ୟାର ସମାଧାନ କରନ୍ତୁ
-ଅଭିଯୋଗ ଶୁଣାଣିକୁ ପ୍ରାଧାନ୍ୟ ଦେଇ ଜିଲ୍ଲା ସ୍ତରରେ ଲୋକଙ୍କ ଅଭିଯୋଗ ଶୁଣ
-ସରକାରୀ ନୋଟିସ ବିଜ୍ଞାପନ ଓଡିଆ ଭାଷାରେ ପ୍ରକାଶ କରିବାକୁ ନିର୍ଦ୍ଦେଶ
– ସୋସିଆଲ ମିଡ଼ିଆ ଜରିଆରେ ସରକାରୀ ସୂଚନା ବ୍ୟାପକ କରନ୍ତୁ
– ଜିଲ୍ଲା ସ୍ତରରେ ଆଉଟ ସୋର୍ସ କରାଯାଉଛି, ଏ ଅଭ୍ୟାସକୁ ସମୀକ୍ଷା କରି ଛାଡ଼ନ୍ତୁ
-ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ମାନ ଦିଅନ୍ତୁ
-ଗାଦି ମଡ଼ା ବାବୁଙ୍କୁ ଚିହ୍ନଟ କରି ବଦଳାନ୍ତୁ