ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଭିଜିଲାନ୍ସ ବିଭାଗର ସମୀକ୍ଷା ବୈଠକ

ଭୁବନେଶ୍ୱର,୨/୦୧: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଭିଜିଲାନ୍ସ ବିଭାଗର ଏକ ସମୀକ୍ଷା ବୈଠକ ହୋଇଛି। ସରକାରଙ୍କ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଯୋଗୁ ରାଜ୍ୟରେ ଭିଜିଲାନ୍ସ ବିଭାଗ ସକ୍ରିୟ ଭାବରେ କାର୍ଯ୍ୟକରି ଦୁର୍ନୀତିଖୋର୍ ମାନଙ୍କୁ ଧରିବାରେ ସଫଳ ହୋଇଛି ।

ବୈଠକର ଆଲୋଚନାରୁ ଜଣାପଡିଛି, ୨୦୨୫ ଏପ୍ରିଲ ପହିଲାରୁ ଡିସେମ୍ୱର ୩୧ ମଧ୍ୟରେ ରାଜ୍ୟ ସରକାର ଭିଜିଲାନ୍ସକୁ ୧୨୫ ଟି କେସ୍‌ର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଯାହାକି ଏକ ରେକର୍ଡ । ପୂର୍ବରୁ ଏହି ୯ ମାସର ସମୟ ଅବଧି ମଧ୍ୟରେ ରାଜ୍ୟ ସରକାର କେବେ ବି ଏତେ ସଂଖ୍ୟକ କେସ୍‌ ତଦନ୍ତ କରିବା ପାଇଁ ଦେଇନାହାନ୍ତି ।ଏଥିସହିତ ୨୦୨୫ ମସିହାରେ ସମୁଦାୟ ୪୮୮ଟି କେସ୍‌ର ଫୈସଲା ହୋଇଛି । ସର୍ବାଧିକ ୧୭୩ଟି ଆୟବହିର୍ଭୁତ ସମ୍ପତ୍ତି ଜନିତ କେସ୍‌ର ଫୈସଲା ହୋଇଛି । ଏହା ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ସର୍ବକାଳୀନ ରେକର୍ଡ ।