୧୩ଟି ଏମ୍‌ଓୟୁ ସ୍ବାକ୍ଷରିତ ହେବା ସହ ୨୭ ହଜାର ୬୫୦ କୋଟି ଟଙ୍କାର ନିବେଶ ଆସିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨/୧୨: ହାଇଦ୍ରାବାଦରୁ ମୁଖ୍ୟମନ୍ତ୍ରୀ ଫେରିବା ପରେ ରାଜ୍ୟବାସୀଙ୍କ ଆଗରେ ରଖିଛନ୍ତି ଶିଳ୍ପର ବ୍ଲୁପ୍ରିଣ୍ଟ । ଏଣିକି ଶିଳ୍ପାୟନ କେବଳ ସ୍ଲୋଗାନରେ ସୀମିତ ରହିବନି । ଅପହଞ୍ଚ, ଉପାନ୍ତ ଜିଲ୍ଲାରେ ପହଞ୍ଚିବ ସରକାରଙ୍କ ଶିଳ୍ପ ବିପ୍ଲବ । ଆଗକୁ ଶିଳ୍ପ ବିହିନ ଟ୍ୟାଗ୍ ମୁଣ୍ଡାଇବନି ଓଡ଼ିଶାର ଗୋଟିଏ ବି ଜିଲ୍ଲା । ବର୍ଷ ୨୦୨୫, ଶିଳ୍ପ କ୍ଷେତ୍ରରେ ଆଣିଥିଲା ଅନେକ ସମ୍ଭାବନା । ଏବେ ହାଇଦ୍ରାବାଦ ନିବେଶକ ସମ୍ମିଳନୀ ପରେ ରାଜ୍ୟବାସୀଙ୍କ ଆଗରେ ଶିଳ୍ପାୟନର ନୂଆ ନକ୍ସା ଆଙ୍କିଛନ୍ତି ମୋହନ ମାଝୀ । ରାଜ୍ୟର ସବୁ ଜିଲ୍ଲାକୁ ପହଞ୍ଚିବ ଶିଳ୍ପ । ଫାର୍ମା ଓ ପ୍ରତିରକ୍ଷା କ୍ଷେତ୍ରରେ ଓଡ଼ିଶା ପାଇବ ନୂଆ ପରିଚୟ । ଏଥିପାଇଁ ୩୮ ନିବେଶକଙ୍କ ସହ ୱାନ୍-ଟୁ-ୱାନ୍ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୩ଟି ଏମ୍‌ଓୟୁ ସ୍ବାକ୍ଷରିତ ହେବା ସହ ୨୭ ହଜାର ୬୫୦ କୋଟି ଟଙ୍କାର ନିବେଶ ଆସିଛି । ଯେଉଁ ସଂସ୍ଥାରେ ପ୍ରାୟ ୧୬ ହଜାର ଯୁବବର୍ଗଙ୍କୁ ମିଳିବ ନିଯୁକ୍ତି ।