ଭୁବନେଶ୍ୱର,୧୭/୧୨: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦିଲ୍ଲୀ ବାସଭବକୁ ନେଇ ପୁଣି ପ୍ରଶ୍ନ ଉଠାଇଲା ବିଜେଡି । ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ସ୍ୱାଧୀନତା ପରଠାରୁ ଓଡ଼ିଶାର କୌଣସି ମୁଖ୍ୟମନ୍ତ୍ରୀ ଏଭଳି ବାସଭବନ ନେଇ ନାହାନ୍ତି । କିନ୍ତୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ କାହିଁକି ଏଭଳି ବ୍ୟବସ୍ଥା କରାଯାଇଛି । ଯାହାର ଅର୍ଥ ଓଡ଼ିଶା ତହବିଲରୁ ଯାଉଛି , ଯାହା ଦ୍ୱାରା ଓଡ଼ିଶାର କ୍ଷତି ହେବ । ପୂର୍ବ ପ୍ରେସମିଟରେ ବିଜେଡି ପକ୍ଷରୁ କିଛି ପ୍ରଶ୍ନ କରାଯାଇ ଥିଲା କିନ୍ତୁ ତାର ଉତ୍ତର ମିଳିଲା ନାହିଁ । ବିଗତ ୨୪ ବର୍ଷ ଧରି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରହିଲେ । ସେ ଦିଲ୍ଲୀ ଗଲେ ତାଙ୍କୁ ତ କେବେ ଆଉ ଗୋଟେ ଘର ଦରକାର ପଡୁ ନଥିଲା । ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ବିଜେଡ଼ି ଭାବୁଛି ଯେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସ ଭବନରେ ଓଡ଼ିଶା ବିରୁଦ୍ଧରେ ଓଡ଼ିଆ ଲୋକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟ ହେବ । ଏହା ସହ ଓଡ଼ିଶାରୁ ଗୋଟେ ପ୍ଲାଟୁନ ପୁଲିସ ନେବାର ଅର୍ଥ ଦିଲ୍ଲୀ ପୁଲିସ ଉପରେ ଓଡିଶା ସରକାରଙ୍କ ଭରସା ନାହିଁ । ଆଉ ଏହି ପୁଲିସ ଦିଲ୍ଲୀ ରେ ରହିବା ଦ୍ୱାରା ଓଡ଼ିଶା କ୍ଷତି ସହିବ । ତିନି ମୂର୍ତ୍ତି ଲେନରେ ବିଜେପିର ଗୋଟେ ଗୋଷ୍ଠୀ ଆଉ ଗୋଟେ ପାୱାର ସେଣ୍ଟର ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ଏହାର ସ୍ପଷ୍ଟୀକରଣ ରଖନ୍ତୁ । ବିଜେପି ମଧ୍ୟ ଏହି ଅଭିଯୋଗର ଜବାବ ରଖୁ ।