୫୧ ଜଣ ବାଂଲାଦେଶୀ ଚିହ୍ନଟ ହୋଇଥିବା ବେଳେ ୪୯ଜଣଙ୍କୁ ତଡିପାର ସରିଲାଣି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧/୧୨: ଆଜି ବିଧାନସଭା ଶୀତ ଅଧିବେଶନର ଚତୁର୍ଥ ଦିନ। ଚଳିତ ଅଧିବେଶନରେ ସ୍ବାଭାବିକ ଭାବେ ଚାଲୁଛି ଗୃହ ।  ଆଜି ବିରୋଧୀ ଆଣିଥିବା ମୁଲତବି ପ୍ରସ୍ତାବ ଉପରେ ଆଲୋଚନା କରାଯିବ । ସେପଟେ ସ୍ବାସ୍ଥ୍ୟ, ଅର୍ଥ, ଆଇଟି , ସାଧାରଣ ପ୍ରଶାସନ, ଗୃହ ବିଭାଗର ରହିଥିଲା ପ୍ରଶ୍ନକାଳ । ଏଥିସହ ବାଂଲାଦେଶୀକୁ ନେଇ ଗୃହରେ ଲିଖିତ ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ , ନୂଆ ସରକାର ଆସିବା ପରେ ଚିହ୍ନଟ ହେଲେଣି ୫୧ ଜଣ ବାଂଲାଦେଶୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୯ ଜଣଙ୍କୁ ବାଂଲାଦେଶ ପଠା ଗଲାଣି । ଖୋର୍ଦ୍ଧା ୨୪, କଟକ ରୁ ୧୫, ଗଞ୍ଜାମ ୬, କନ୍ଧମାଳ ୩, କୋରାପୁଟ ୧ ବାଂଲାଦେଶୀ ଙ୍କୁ ଚିହ୍ନଟ କରାଯାଇ ନିଜ ଦେଶକୁ ପଠାଯାଇଛି । ୨ ଜଣ ଜାଲି ବାଂଲାଦେଶୀ ଅନୁପ୍ରବେଶ କାରୀ ଜାଲ ପାସ ପୋର୍ଟ କରିଥିବା ଧରା ପଡ଼ିଛନ୍ତି । ସେମାନଙ୍କ ବିରୁଦ୍ଧରେ ମକଦ୍ଦମା ରଜ୍ଜୁ କରାଯାଇଛି ।