ଭୁବନେଶ୍ୱର,୧୯/୧୦: ପ୍ରଧାନମନ୍ତ୍ରୀ ଆବାସ, ଅନ୍ତ୍ୟୋଦୟ ଯୋଜନା ମାଧ୍ୟମରେ ଘର ଯୋଗାଇ ଦେଉଛନ୍ତି ମୋହନ ସରକାର । ଗତକାଲି ଭୁବନେଶ୍ବରରେ ଲଟେରି ମାଧ୍ୟମରେ ବସ୍ତିବାସିନ୍ଦାଙ୍କୁ ଘର ମିଳିବା ପରେ ଆଜି ଅନ୍ତ୍ୟୋଦୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବର୍ଷ ବର୍ଷ ଧରି ଅପେକ୍ଷା କରିବା ପରେ ପୂରଣ ହେବାକୁ ଯାଉଛି ଆଶା । ସ୍ବପ୍ନର ଘର ଗଢ଼ିବେ ଗରିବ, ବାତ୍ୟା, ବନ୍ୟା କ୍ଷତିଗ୍ରସ୍ତ । ଅନ୍ତ୍ୟୋଦୟ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ଖାତାକୁ ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ୪୮ ହଜାର ୬୯୩ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯାଇଛି ଘର ପାଇଁ ପ୍ରଥମ କିସ୍ତିର ଅର୍ଥ ରାଶି । ପ୍ରଥମ କିସ୍ତି ଟଙ୍କା ପଠାଇବା ଅବସରରେ ଘର ପାଇଥିବା ବିଭିନ୍ନ ଜିଲ୍ଲାର ହିତାଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ସିଧାସଳଖ କଥା ହୋଇଛନ୍ତି ।