ଦୁର୍ନୀତିରୁ ଦୂରେଇବା ପାଇଁ ଅଫିସରମାନଙ୍କୁ ଆଜି କଡ଼ା ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୦୫/୦୮: ଗତ କିଛି ଦିନ ହେଲା ଜଣଙ୍କ ପରେ ଜଣେ ବନ ଅଧିକାରୀ ଦୁର୍ନୀତି କରି ସମ୍ପତ୍ତି ଠୁଳ କରିଥିବା ସାମନାକୁ ଆସିଛି । ସେମାନଙ୍କଠାରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ । ଦୁର୍ନୀତିଖୋର ଅଫିସରଙ୍କ ପାଇଁ ବଦନାମ ହେଉଛି ଜଙ୍ଗଲ ବିଭାଗ । ଦୁର୍ନୀତିରୁ ଦୂରେଇବା ପାଇଁ ଅଫିସରମାନଙ୍କୁ ଆଜି କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବନ ବାବୁମାନେ ଦୁର୍ନୀତି କରି ଏମିତି କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ କରି ଧରାପଡ଼ିବା ପରେ ବଦନାମ ହୋଇଛି ଜଂଗଲ ବିଭାଗ । ଜଙ୍ଗଲ ବାବୁମାନେ କେମିତି ଏତେ ଟଙ୍କାର ସମ୍ପତ୍ତି ଠୁଳ କଲେ ତାହା ସବୁଠି ଆଲୋଚନାର ବିଷୟ ହୋଇଛି । ଯାହାକୁ ନେଇ ଉଦବେଗ ପ୍ରକାଶ କରିବା ସହ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ। ଡିଏଫଓ ସମ୍ମିଳନୀ ଅବସରରେ ବନ ଅଧିକାରୀଙ୍କୁ ଉଦବୋଧନ ଦେଇ କହିଛନ୍ତି, ଦୁର୍ନୀତି ସହ ଯୋଡ଼ି ହୋଇଥିବା ଅଧିକାରୀ ମନ ବଦଳାନ୍ତୁ।