ନାରୀଶକ୍ତି ସମାବେଶ ଏବଂ ବିକାଶ ମେଳାର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩/୦୬: ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ କଟକ ବାଲିଯାତ୍ରା ତଳ ପଡ଼ିଆରେ ଆୟୋଜିତ ହୋଇଛି ନାରୀଶକ୍ତି ସମାବେଶ ଏବଂ ବିକାଶ ମେଳା । ସମାବେଶରେ ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ ଯୋଗ ଦେଇ ରାଜ୍ୟରେ ମହିଳା ସଶକ୍ତୀକରଣ କଥା କହିଛନ୍ତି ।

ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ହଜାର ହଜାର ମହିଳାଙ୍କ ଉପସ୍ଥିତିରେ କଟକ ବାଲିଯାତ୍ରା ତଳ ପଡ଼ିଆରେ ଆୟୋଜିତ ସମାବେଶକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ଯେଉଁଠି ନାରୀମାନଙ୍କୁ ସମ୍ମାନ ମିଳେନି, ସେଠି ସମାଜ କେବେ ବି ଉନ୍ନତି କରିପାରେ ନାହିଁ । ବିଜେପି ସରକାର ଆସିବାର ବର୍ଷକ ଭିତରେ ନାରୀମାନେ ସମୃଦ୍ଧ ଓ ସଶକ୍ତ ହୋଇଛନ୍ତି । ସୁଭଦ୍ରା ଯୋଜନା ହେଉ କି ଲକ୍ଷପତି ଦିଦି ସୃଷ୍ଟି କରିବା, ମହିଳାଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇଁ ସରକାର ଅନେକ ପଦକ୍ଷେପ ହାତକୁ ନେଇଛନ୍ତି । ଏହି ଅବସରରେ କିଛି ଲକ୍ଷପତି ଦିଦିଙ୍କୁ ସମ୍ମାନିତ କରିଛନ୍ତି ସରକାର ।

Leave a Reply

Your email address will not be published. Required fields are marked *